ନାଲ୍‌କୋନଗରରେ ଧୁମଧାମରେ ରାବଣପୋଡ଼ି ଉତ୍ସବ

ନାଲ୍‌କୋନଗର, ୨୨/୧୦ : ଅନୁଗୋଳ ଜିଲା ନାଲ୍‌କୋନଗର ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ବିଜୟାଦଶମୀ ଓ ରାବଣପୋଡ଼ି ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ବିଜୟାଦଶମୀରେ ୬ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଅନ୍ନପ୍ରସାଦ ସେବନ କରିଥିବାବେଳେ ବୁଧବାର ମିନାବଜାର ପଡ଼ିଆରେ ରାବଣପୋଡ଼ି ଓ ଆତସବାଜି ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ନାଲ୍‌କୋ ଏସ୍‌ଆଣ୍ଡପି କମ୍ପ୍ଲେକ୍ସର ଭାରପ୍ରାପ୍ତ ଇଡି ତରୁଣ କୁମାର ତ୍ରିପାଠୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନାଲ୍‌କୋ ସିଜିଏମ୍‌ ରାଜ ରାଜୀବ ରଞ୍ଜନ, ଅମର କୁମାର ସାହୁ, ବିସି ମହାରଣା, ଗୋବିନ୍ଦ ଦାସ, ଏଚ୍‌.ଏସ୍‌. ପଣ୍ଡା, ଅଭିଜିତ ସିହ୍ନା, ନାଲ୍‌କୋ ଥାନା ଅଧିକାରୀ ନମିତା ନାୟକଙ୍କ ସମେତ ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।ପାରମ୍ପରିକ ପୂଜାର୍ଚ୍ଚନା ପରେ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା। ଦର୍ଶକଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍‌ ସହ ନାଲ୍‌କୋ ସୁରକ୍ଷା କର୍ମଚାରୀ, ସିଆଇଏସ୍‌ଏଫ୍‌, ଅଗ୍ନିଶମ ବାହିନୀ ଓ ପୋଲିସ ନିୟୋଜିତ ଥିଲେ। ପୂଜା କମିଟିର କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!