ଶକ୍ତି କ୍ଲବ ଆନୁକୂଲ୍ୟରେ ଭକ୍ତିମୟ ପରିବେଶ, ପ୍ରତିବର୍ଷ ନିଆରା ତୋରଣ ମୁଖ୍ୟ ଆକର୍ଷଣ
ତାଳଚେର ୨୬/୧୦(ବିରୋ): ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲରେ ମୁଖରିତ ହୋଇଉଠିଛି ତାଳଚେର ବ୍ଲକ ଅନ୍ତର୍ଗତ ନାତିଡି ଗ୍ରାମ। ନାତିଡି ଶକ୍ତି କ୍ଲବ ଆନୁକୂଲ୍ୟରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଉଛି।ଏହି ପୂଜାର ବିଶେଷ ଆକର୍ଷଣ ହେଉଛି ପ୍ରତିବର୍ଷ ନୂଆ ଢଙ୍ଗରେ ନିର୍ମିତ ଆକର୍ଷଣୀୟ ତୋରଣ। ଯୁବଗୋଷ୍ଠୀଙ୍କ ସାମୂହିକ ଉଦ୍ୟମ, ସହଯୋଗ ଓ ଦୃଢ଼ ଏକତା ଏହି ଆୟୋଜନକୁ ସଫଳ କରିଆସୁଛି। ଯୁବକମାନେ ଏକାଠି ହେଲେ ଗ୍ରାମର ସଂସ୍କୃତି ଓ ପରମ୍ପରାକୁ କିପରି ଆଗକୁ ନିଆଯାଇପାରେ, ଏହି ପୂଜା ତାହାର ଏକ ଉଦାହରଣ। ମା’ଙ୍କ ଆଶୀର୍ବାଦରେ ଗ୍ରାମରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିବା ସହ ଯୁବ ଏକତା ଆହୁରି ମଜଭୁତ ହେଉ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।ଅକ୍ଟୋବର ୨୫ ତାରିଖରେ କଳସ ଯାତ୍ରା ସହ ପୂଜା ଆରମ୍ଭ ହୋଇଥିବା ବେଳେ ୨୭ ତାରିଖରେ ପିଠା କାର୍ଯ୍ୟକ୍ରମ, ୩୧ ତାରିଖରେ ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୩ ତାରିଖରେ ମା’ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜା ହୋମରେ ରତନ କୁମାର ସାହୁ ଓ ତାଙ୍କ ପତ୍ନୀ ରିଶିକା ସାହୁ କର୍ତ୍ତା ଭାବେ ବସିଛନ୍ତି।କ୍ଲବର ସଭାପତି ଦିନେଶ କୁମାର ଦାଣ୍ଡିଆ ଓ ସମ୍ପାଦକ ଚିତ୍ତରଞ୍ଜନ ଗଡ଼ନାୟକଙ୍କ ସହ ଆନନ୍ଦ ସାହୁ, ଶୁଭେନ୍ଦୁ ସାମଲ, ଚନ୍ଦନ ସାମଲ, ବିକାଶ ସାମଲ, ଚଗଲା ସାମଲ, ଶୁଭ୍ରାଂଶୁ ଗଡ଼ନାୟକ, ଚିରଞ୍ଜୀବ ଗଡ଼ନାୟକ, ଯୋଜବ୍ ସାହୁ, ସୁବାସ ସାହୁ ଓ ସୌଭାଗ୍ୟ ସାହୁ ପ୍ରମୁଖ ପୂଜା ଆୟୋଜନରେ ସହଯୋଗ କରୁଛନ୍ତି। ଯୁବ ଏକତା ହିଁ ଗ୍ରାମର ଶକ୍ତି ଏହି ବାର୍ତ୍ତା ନେଇ ନାତିଡି ଶକ୍ତି କ୍ଲବର ମା’ ଲକ୍ଷ୍ମୀ ପୂଜା ଗ୍ରାମରେ ଭକ୍ତି ଓ ଭାଇଚାରାର ନୂଆ ଉଦାହରଣ ସୃଷ୍ଟି କରୁଛି।

