୭୯ ଗ୍ରାମ ସୁନା, ୪୫ ହଜାର ଟଙ୍କା ଜବତ
ଅନୁଗୋଳ, ୨୭/୧୦: ଅନୁଗୋଳ ଗୀତାଗ୍ରାମର ଏକ ଭଡ଼ାଘରୁ ଚୋରି ଘଟଣାରେ ଟାଉନ୍ ଥାନା ପୋଲିସ କାହ୍ନୁ ଚରଣ ବାରିକ (୩୫)ଙ୍କୁ ଗିରଫ କରିଛି। ତାଙ୍କଠାରୁ ୭୯ ଗ୍ରାମ ସୁନା ଅଳଙ୍କାର, ୪୫ ହଜାର ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଓ ଦୁଇଟି ଲୁହା ରଡ୍ ଜବତ ହୋଇଛି।ସିସିଟିଭି ଫୁଟେଜ୍ ଓ ବୈଷୟିକ ତଦନ୍ତ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି। ତାଙ୍କୁ ଅଦାଲତକୁ ପଠାଯାଇଥିବାବେଳେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ପୋଲିସ ତଦନ୍ତ ଜାରି ରଖିଛି।

