ଡିଆଇସି ଛକ ନିକଟରେ ପୁଲିସର ଚଢ଼ାଉ, ଦୁଇ ମହିଳା ଓ ଜଣେ ଗ୍ରାହକ ଅଟକ
ଅନୁଗୋଳ, (ପ୍ରତିନିଧି): ସାମ୍ନାରେ ଜୋତା ଓ ଚପଲ ଦୋକାନ, ପଛପଟେ ଦୁଇଟି ସଜ୍ଜିତ କୋଠରୀ। ଏହି ଦୋକାନ ଆଢ଼ୁଆଳରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗକୁ ନେଇ ଅନୁଗୋଳ ସହରରେ ଚର୍ଚ୍ଚା ଜୋର୍ ଧରିଛି। ଡିଆଇସି ଛକ ନିକଟରେ ଥିବା ଏକ ଜୋତା ଦୋକାନରେ ପୁଲିସ ଚଢ଼ାଉ କରି ଦୁଇ ଜଣ ମହିଳା ଓ ଜଣେ ଗ୍ରାହକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଦୋକାନର ସମ୍ମୁଖ ଭାଗରେ ଜୋତା ଓ ଚପଲ ବିକ୍ରି ହେଉଥିବାବେଳେ ପଛପଟେ ଥିବା କୋଠରୀରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଖବର ପାଇ ଅନୁଗୋଳ ପୁଲିସ ଚଢ଼ାଉ କରିଥିବା ଜଣାପଡ଼ିଛି।

