ତଳମୂଳ ହାଇସ୍କୁଲର ପୂର୍ବତନ ଗଣିତ ଶିକ୍ଷକ କପିଳେଶ୍ୱର ଗଡ଼ନାୟକଙ୍କ ପରଲୋକ

ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା, ମନେ ପଡ଼ିବ ଗୁରୁଙ୍କ ସ୍ନେହ ଓ ଶିକ୍ଷାଦାନ

ଅନୁଗୋଳ: ତଳମୂଳ ହାଇସ୍କୁଲର ପୂର୍ବତନ ଗଣିତ ଶିକ୍ଷକ ଶ୍ରୀ କପିଳେଶ୍ୱର ଗଡ଼ନାୟକଙ୍କ ଅକାଳ ବିୟୋଗ ହୋଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ଗଡ଼ନାୟକ ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ବଉଳିଗଡ଼ ଗ୍ରାମର ବାସିନ୍ଦା ଥିଲେ। ତଳମୂଳ ହାଇସ୍କୁଲରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରି ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ। ତାଙ୍କଠାରୁ ଗଣିତ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେ କେବଳ ଜଣେ ଶିକ୍ଷକ ନଥିଲେ, ବରଂ ଜୀବନ ଗଢ଼ିବାର ଜଣେ ମାର୍ଗଦର୍ଶକ ଥିଲେ।ତାଙ୍କର ଅକାଳ ବିୟୋଗ ଶିକ୍ଷା ଜଗତ ଓ ତାଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ଶିକ୍ଷକଙ୍କ ଶିକ୍ଷା, ସ୍ନେହ ଓ ଆଦର୍ଶ ଛାତ୍ରଛାତ୍ରୀଙ୍କ ଜୀବନରେ ସବୁଦିନ ପାଇଁ ରହିଥାଏ। ତାଙ୍କ ସ୍ମୃତି ମଧ୍ୟ ପୁରାତନ ଛାତ୍ରଛାତ୍ରୀଙ୍କ ମନରେ ସବୁଦିନ ଜୀବିତ ରହିବ।ମୃତ୍ୟୁ ସମୟରେ ତାଙ୍କ ପୁଅ, ଝିଅ, ନାତି, ନାତୁଣୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ କପିଳେଶ୍ୱର ଗଡ଼ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!