ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ତାଳଚେର ମେଡିକାଲ ପରିଦର୍ଶନ।

 

 

ତାଳଚେର :ତା ୧.୦୪.୨୬: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶନିବାର ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ନୀଳକଣ୍ଠେଶ୍ଵର ମହାବିଦ୍ୟାଳୟ ରେ ଏକ ସେମିନାର ରେ ଯୋଗଦେବା ସହ ଜଗନ୍ନାଥ ପୁର ଗ୍ରାମରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ପରେ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଡାକ୍ତର ଖାନା ରେ ବିଭିନ୍ନ ୱାର୍ଡ ବୁଲି ରୋଗୀ ଙ୍କୁ ଭେଟି ଭଲ ମନ୍ଦ ପଚାରି ବୁଝିଥିଲେ ସାଂସଦ ।ଡାକ୍ତର ଖାନାର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ଉପସ୍ଥିତ ଜନସାଧାରଣ ସାଂସଦ ଙ୍କୁ ଅଭିଯୋଗ କରିବା ପରେ ସେଠାରେ ମେଡିକାଲ ଅଫିସର ଡ଼ା ଗଙ୍ଗାଧର ବେହେରା ଏବଂ ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ପରେ ମେଡ଼ିସିନ ବିଭାଗ ର ଡାକ୍ତର ନିଯୁକ୍ତି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ପାଇଁ ସେହି ସ୍ଥାନରୁ ଅନୁଗୁଳ ଜିଲ୍ଲାପାଳ ଅବଦୁଲ ଅଖତାର ଓ ବିଭାଗୀୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଙ୍କ ସହ କଥା ହୋଇଥିଲେ ।ଏ ଦିଗରେ ପଦକ୍ଷେପ ନେଇ ସମସ୍ୟା ର ସମାଧାନ କରାଯିବ ବୋଲି ସେମାନେ ପ୍ରତିଶୃତି ଦେଇଥିଲେ ।ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ତତ୍କାଳୀନ ଡ୍ରାଇଭର ଥିବା ତଥା ବିଜେପି କାର୍ଯ୍ୟକର୍ତା ହୃଷିକେଶ ସାମଲ ଅସୁସ୍ଥ ହୋଇ ମେଡିକାଲ ରେ ଚିକିତ୍ସିତ ଖବର ପାଇ ତାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଥିଲେ ।ସାଂସଦ ଶ୍ରୀ ପାଣି ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ମଣ୍ଡଳ ସଭାପତି ରାଜେଶ ଦଳେଇ, ବିଭୁତି ସାହୁ, ସୁକାନ୍ତ ରାୟ, ବରୁଣ କୁମାର ସାହୁ, ଜଗଦୀଶ ପ୍ରସାଦ ସିଂହ, କାଉନ ସିଲର ସ୍ୱାଧୀନ ଥମ୍ବ, ସୁନୀଲ ପଟ୍ଟନାୟକ, ଧିରେନ ସାହୁ, ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!