ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା ।

ଦେଉଳଝରି, ସାତକୋଶିଆ, ଖୁଲୁଡି, ବାୟାଣୀ ପାଠ ଓ ହିଙ୍ଗୁଳା ପୀଠରୁ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ

ଅନୁଗୋଳ ତା.୧୨.୦୪: ଚଳିତ ମାସ ୧୭ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଥିବା ବେଳେ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରହିତ୍ୟରେ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରସିଦ୍ଧ ଦେବା ଦେବୀପୀଠ ଯଥା, ଅନୁଗୋଳ ବ୍ଳକର ଟିକରପଡା, ଛେଣ୍ଡିପଦା ପାତ୍ରପଡାର ମା ବାୟାଣୀପୀଠ, ଆଠମଲ୍ଲିକର ଦେଉଳଝରି, ପାଳଲହଡାର ଖୁଲୁଡି ପୀଠରୁ ମଶାଲ ଗୁଡିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳ ତଥା ଗ୍ରାମ ଗୁଡିକ ପରିକ୍ରମା କରିଥିଲା ।


ଟିକରପଡାସ୍ଥିତ ନୀଳକଣ୍ଠେଶ୍ବର ଶିବ ମନ୍ଦିର ଠାରୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧୂ ଶ୍ରୀ ସୁଦିପ ଗଡନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ), ପାଳଲହଡା ଖୁଲୁଡି ପୀଠରୁ ମାନ୍ୟବର ପାଳଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ପାଳଲହଡା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧି, ଆଠମଲ୍ଲିକର ଦେଉଳଝରି ପୀଠରୁ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ସଞ୍ଜିବ କୁମାର ସାହୁ, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆଶା କୁମାରୀ, ଛେଣ୍ଡିପଦା ପାତ୍ରପଡାର ମା ବାୟାଣୀପୀଠରୁ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଛେଣ୍ଡିପଦା ଗୋଷ୍ଠୀ ଊନ୍ନୟନ ଅଧୂକାରୀ ଅରବିନ୍ଦ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧୋଙ୍କ ଉପସ୍ଥିତିରେ ମଶାଲ ବାହାରି ତାଳଚେରସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଏକଠି ହୋଇଥିଲେ ।ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ,ଜନପ୍ରତିନିଧୂ ପ୍ରମୁଖ ମା ହିଙ୍ଗୁଳାଙ୍କ ପୀଠ ଠାରେ ମଶାଲଗୁଡିକୁ ସ୍ବାଗତ କରିଥିଲେ । ସମସ୍ତ ନିର୍ଦ୍ଧାରିତ ପାଠ ସ୍ଥଳଗୁଡିକରୁ ମଶାଲ ବାହାରିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଞ୍ଚାୟତରାଜ ଇତ୍ୟାଦି ବିଭାଗର ପ୍ରଜ୍ଞାପନ ମେଢ ଗୁଡିକ ଏହା ସହ ଯାତ୍ରା କରିଥୁଲା ।ସରକାରଙ୍କ ଦ୍ବାରା ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟକାରୀ ହୋଇଥୁବା ବିଭିନ୍ନ ଜନହିତକାରୀ ଯୋଜନାଗୁଡିକ ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରାକୁ ଗାଁ ଗୁଡିକରେ ବେଶ ଉତ୍ସାହ ସହ ସ୍ବାଗତ କରିଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲାର ସମସ୍ତ ସ୍ଥାନରୁ ବାହାରିଥିବା ମଶାଲଗୁଡିକୁ ମା ହିଙ୍ଗୁଳା ପୀଠ ଦେଇ ଶୈଳଶ୍ରୀକ୍ଷେତ୍ର ଠାରେ ପହଞ୍ଚୁଥିଲା । ସେଠାରେ ମଶାଲକୁ ସ୍ବାଗତ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରି ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ,ଶ୍ରଦ୍ଧାଳୁ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!