ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବୁଦ୍ଧିଜୀବି ସମ୍ମିଳନୀ ।

 ବିରୋ ରିପୋର୍ଟ “ଦ” ପବ୍ଲିକ୍ ଏକ୍ସପ୍ରେସ

ଅନୁଗୁଳ :ତା ୧୩.୦୪.୨୬: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତ ବାର୍ଷିକୀ ଉପଲକ୍ଷେ ଅନୁଗୋଳ ନଗର ତରଫରୁ ଏକ ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସଭାଘରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସକ ଶ୍ରୀ ବିଜନ କୁମାର ଥମ୍ବ ସଭାପତିତ୍ୱ କରିଥିଲେ ।ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିରର ଅଧ୍ୟକ୍ଷ ଶ୍ରୀ ସିଦ୍ଧନାଥ ସାହୁ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଅଖିଳ ଭାରତୀୟ ସଦଭାବନା ପ୍ରମୁଖ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘଚାଳକ ଶ୍ରୀ ବିଜୟ କୁମାର ସାହୁ ଏବଂ ନଗର ସଙ୍ଘଚାଳକ ଶ୍ରୀ ଶ୍ରୀଗୋପାଳ ମୁନ୍ଦ୍ରା ମଞ୍ଚାସିନ ହୋଇଥିଲେ। ସଭାପତି ଶ୍ରୀ ବିଜନ ଥମ୍ବ ଦେଶ ସ୍ୱାଧୀନତା ପରେ ୫୬୨ ଗଡଜାତଗୁଡ଼ିକର ମିଶ୍ରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରମୁଖ ଭୂମିକା ଓ ଅନ୍ୟାନ୍ୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ତାଙ୍କ ବୌଦ୍ଧିକରେ ହିନ୍ଦୁ ,ହିନ୍ଦୁତ୍ୱ,ହିନ୍ଦୁରାଷ୍ଟ୍ର ବିଷୟକୁ ଉଲ୍ଲେଖ କରିଥିଲେ ।ବକ୍ତବ୍ୟରେ କହିଥିଲେ ଯେ ଭାରତ ଅତୀତରେ ହିନ୍ଦୁରାଷ୍ଟ୍ର ଥିଲା,ଏବେ ମଧ୍ୟ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ହିନ୍ଦୁ ଏକ ଧର୍ମ ନୁହେଁ ବରଂ ଏହା ଏକ ବିଚାରଧାରା । ବିଶ୍ୱରେ ଅନେକ ସଂସ୍କୃତି ଶୀର୍ଷରେ ପହଞ୍ଚି ଥିଲେ ମଧ୍ୟ ଆଜି ବିଲୁପ୍ତ ଅବସ୍ଥାରେ ଅଛନ୍ତି।

ଇହୁଦୀମାନେ ୨୦୦୦ ବର୍ଷ ଯାଯାବର ଜୀବନ ଅତିବାହିତ କରିଥିଲେ ମଧ୍ୟ ଭାରତରେ ସୁରକ୍ଷିତ ଭାବେ ରହିଥିଲେ। ଶେଷରେ ମୁଖ୍ୟବକ୍ତା ସମାଜରେ ପଞ୍ଚ ପରିବର୍ତ୍ତନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବକ୍ତବ୍ୟ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରୋତାମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗରର ସମାଜସେବୀ, ଡାକ୍ତର , ଇଞ୍ଜିନିୟର, ଓକିଲ, ସାମ୍ବାଦିକ, ଶ୍ରମିକ ନେତା, ପ୍ରଶାସକ, ଵ୍ୟଵସାୟୀ, ଶିକ୍ଷାବିତ୍, ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶିକ୍ଷକ ନେତା ଶ୍ରୀ ତରଣିସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବନ୍ଦେ ମାତରଂ ଗାନ ହୋଇ ସଭାକାର୍ଯ୍ୟ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ଶ୍ରୀ ଚନ୍ଦ୍ର ଶେଖର ବେହେରା, ଚିନ୍ମୟ ରଥ, ବେଣୁଧର ଥମ୍ବ, ନାରାୟଣ ନାୟକ, ଅଶୋକ ମୋଦି, ବିଷ୍ଣୁ ତୁଳସୀୟନ୍, ଜିତେନ୍ଦ୍ର ସାହୁ, ବିରଞ୍ଚି ନାରାୟଣ ନାୟକ, ବାବୁଲି ସାମଲ, ଶାନ୍ତନୁ ସର, ପର୍ଶୁରାମ ବାରିକ, ଚନ୍ଦ୍ରକାନ୍ତ ଧଳ, ଅଶୋକ ଅଗ୍ରୱାଲ, ସୁଶୀଲ ପଟେଲ, ବିଷ୍ଣୁପଦ ପତି, ଲମ୍ବୋଦର ବେହେରା, ପର୍ଶୁରାମ ସ୍ୱାଇଁ, ଶ୍ରୀବତ୍ସ ଖୁଣ୍ଟିଆ, ସଚ୍ଚିକାନ୍ତ ଗଡନାୟକ, ଗୋପାଳ ମଲ୍ଲିକ, ସଞ୍ଜୟ ଦେହୁରୀ, ପ୍ରତାପ ରଥ, ପରମାନନ୍ଦ ମିଶ୍ର, ଦ୍ୱାରିକା ନନ୍ଦ, ରଞ୍ଜନ ଭୂୟାଁ,ବିଶ୍ବରଂଜନ ପ୍ରଧାନ, ସୁମନ୍ତ ଧଳ,ଚିନ୍ମୟ ସାହୁ, ହରିହର ତୁଙ୍ଗ , ପ୍ରସନ୍ନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

 

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!