ଆକାଂକ୍ଷା ଗୁପ୍ତା ନାଲ୍‌କୋ ଡିପିଏସ୍ ସ୍କୁଲର ଟପ୍ସର ! ଶତ ପ୍ରତିଶତ ପାସ୍ ହାର ।

ଅନୁଗୋଳ ନାଲକୋ:୧୫.୦୪.୨୬ (ନାଲକୋ ନଗର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ର) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ବୁଧବାର ଦିନ ପ୍ରକାଶ ପାଇଛି।ଅପରାହ୍ନ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇଛି। ଏଥିରେ ନାଲ୍‌କୋ ଡିପିଏସ୍‌ର ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସ୍କୁଲରେ ମେଟ୍ରିକ୍‌ରେ ମୋଟ୍ ୧୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରୀ ଆକାଂକ୍ଷା ଗୁପ୍ତା ସର୍ବାଧିକ ୪୯୮ ନମ୍ବର ୯୯.୬% ପ୍ରତିଶତ ରଖି ସ୍କୁଲ ଟପ୍ପର ବା ପ୍ରଥମ ସ୍ଥାନ ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ଆଦ୍ରିତ୍ ଠାକୁର ୪୯୬ ନମ୍ବର ତଥା ୯୯.୨% ପ୍ରତିଶତ ରଖିଥିବା ବେଳେ ତୃତୀୟ ସ୍ଥାନରେ ୨ ଜଣ କୀର୍ତ୍ତି କୌମିକା ପାତ୍ର, ସାଇ ଅକ୍ଷିତ୍ ପାଲ ୪୯୫ ମାର୍କ ତଥା ୯୯ ପ୍ରତିଶତ ରଖିଛନ୍ତି। ସମୁଦାୟ ୭୮ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୭୩ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ନମ୍ବର ରଖିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଛାତ୍ରଛାତ୍ରୀ ଶତପ୍ରତିଶତ ନମ୍ବର ରଖିଥିବା ସ୍କୁଲ୍ ଅଧ୍ୟକ୍ଷ ପ୍ରବୀଣ ଶର୍ମା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!