ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ବଲଣ୍ଡା ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ” ତରଫରୁ ଜଳଛତ୍ର ର ଆୟୋଜନ କରାଯାଇଥିଲା।
ଅଗ୍ନି ରୁପା ମା ହିଙ୍ଗୁଳାଙ୍କର ୯ ଦିନ ଧରି ଚାଲିଥିବା ଯାତ୍ରାର ଶେଷ ଦିନରେ ପହଞ୍ଚିଛି। ଆଜି ଶିତୁଳା ଯାତ୍ରାରେ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ” ତରଫରୁ ସାଉଥ୍ ବଲଣ୍ଡା ଠାରେ ଜଳଛତ୍ର ର ଆୟୋଜନ କରାଯାଇଥିଲା । ସମସ୍ତ ଭକ୍ତ ମାନଙ୍କୁ ଥଣ୍ଡା ପାନୀୟ ଜଳ , ଟଙ୍କ ତୋରାଣି,ଫଳରସ,ଚିଆସିଡ ପାଣି, ବେଲ ପଣା, ଲେମ୍ବୁ ପାଣି, ଦହି ସର୍ବତ ଦିଆ ଯାଇଥିଲା । ଏଥିରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ଅଧକ୍ଷତାରେ ସଦସ୍ୟ ଶିବ ସୁନ୍ଦର କର,ଓଁ ବେହେରା, ଶୁଭମ ବେହେରା, ସୋମ୍ୟରଞ୍ଜନ ନାହାକ , ଗୌତମ ନାହାକ , ସାଇକ୍ରିଷ୍ଣା ସାହୁ, ଶ୍ରଦ୍ଧା ସାହୁ, ମନୋଜ ପଟ୍ଟନାୟକ, ରାମ ଚନ୍ଦ୍ର ବେହେରା, ପିଣ୍ଟୁ ବେହେରା, ସୁଶାନ୍ତ ନାହାକ, ସଞ୍ଜୟ ବାରିକ, ପଦ୍ମଲୋଚନ ଦୋରା, ରବି ସେଠି, ଶିବୁ ସେନାପତି, ଦିଲ୍ଲୀପ ସାହୁ, ଚଗଲା ପ୍ରଧାନ, ସୁମନ୍ତ ବରାଡ଼, ସୁବାସ ବରାଡ଼, ମୋହନ ମୁନି, ଶିଶିର ସିୟା ଜଳଛତ୍ର ଦେବାରେ ସାହାଯ୍ୟ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଏପରି ଏକ କାର୍ଯ୍ୟକ୍ରମ କୁ ଭୂରି ପ୍ରଶଂସା କରିଥିଲେ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ।

ବିରୋ ରିପୋର୍ଟ ପବ୍ଲିକ୍ ଏକ୍ସପ୍ରେସ

