ଅନୁଗୋଳ:(୧୧.୦୪.୨୬)ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶବ ବ୍ୟବଚ୍ଛେଦ ଗୃହ ର ୮ ଫୁଟ ଉଚ୍ଚତାର ପାଚେରୀ ମାଡ଼ି ବସିବାରୁ ଦୁଇ ଶ୍ରମିକ ଗୁରୁତର। ଦୁଇ ଶ୍ରମିକ ମାନେ ହେଲେ ନୂଆଖେତା ଗ୍ରାମର କେଶବ ଭୋଇ (୩୧) ଏବଂ ଅନୁଗୋଳ ର ପ୍ରେମାନନ୍ଦ ରାଉତ (୩୦) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ସକାଳ ୭ ଘଟିକା ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ପାଚେରୀ ନିକଟରେ ୧୦ ଜଣ ଶ୍ରମିକ ଡ୍ରେନ୍ କାର୍ଯ୍ୟ କରିଥିଲେ। ଅପରାହ୍ନ ୩ ଘଟିକା ବେଳେ ହଠାତ୍ ୮ ଫୁଟ ର ପାଚେରୀ ମାଡ଼ି ବସିଥିଲା। ଯାହା ଫଳରେ ୮ ଜଣ ଶ୍ରମିକ ଜୀବନ ବିକଳରେ ବାହାରକୁ ଆସିଥିଲେ। କିନ୍ତୁ ଦୁଇ ଶ୍ରମିକ ପାଚେରୀ ମଧ୍ୟରେ ଅଟକି ଯାଇଥିଲେ। ଯାହା ଫଳରେ ଦୁଇ ଶ୍ରମିକ କେଶବ ଭୋଇ ଏବଂ ପ୍ରେମାନନ୍ଦ ରାଉତ ଗୁରୁତର ହୋଇ ଯାଇଥିଲେ। ଦୁଇ ଗୁରୁତର ଙ୍କୁ ଚିକିତ୍ସାଳୟ ର କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସି ନିମନ୍ତେ ଭର୍ତି କରିଥିଲେ। କେଶବ ଙ୍କର ଛାତି ଏବଂ ଡାହାଣ ଗୋଡ଼ ରେ ଗଭୀର ଆଘାତ ଲାଗି ଥିବା ବେଳେ ପ୍ରେମାନନ୍ଦ ଙ୍କ ଡାହାଣ ଗୋଡ଼ ରେ ଆଘାତ ଲାଗିଛି। ଏତେ ବଡ଼ ଘଟଣା ଘଟି ଯିବା ପରେ ମଧ୍ୟ ଠିକାଦାର ଙ୍କର ଦେଖା ନଥିବା ଶ୍ରମିକ ମାନେ କହିଛନ୍ତି।

