
ଅନୁଗୋଳ:(୧୫.୦୪.୨୬)ଅନୁଗୁଳ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଭାବେ ପାଳଲହଡା ର ବିଧାୟକ ଅଶୋକ ମହାନ୍ତି ଆଜି ବୁଧବାର ଏକ ବିରାଟ ପଟୁଆର ରେ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି ।ନାଲକୋ ରୁ ବାହାରି ମଟର ସାଇକେଲ ରାଲି ରେ ଆସି ଅନୁଗୁଳ ମାଉସୀ ମା ମନ୍ଦିର ଠାରେ ପହଂଚିଥିଲେ ।ସେଠାରୁ ଏକ ଖୋଲା ଜିପ ରେ ବିରାଟ ପଟୁଆର ରେ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ଙ୍କ ପଦଯାତ୍ରା ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ । ସ୍ୱତନ୍ତ୍ର ଉର୍ନୟନ ପରିଷଦ (SDC) ର ଅଧକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷା ସୁରୁମଣୀ ଚତର ମଧ୍ଯ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଙ୍କ ସହ ପହଂଚିଥିଲେ ।ଜିଲ୍ଲାପାଳ ଅବଦଲ ଅଖତାର ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ।ଜିଲ୍ଲା ପରିଷଦ ପରିସରରେ ଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ ରେ ପହଂଚି ବିଧାୟକ ମହାନ୍ତି ଦାୟିତ୍ୱ ଗ୍ରହଣ କରିଥିଲେ ।ତାଙ୍କ ସହ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଙ୍କ ସମେତ ସମଗ୍ର ଜିଲ୍ଲାରୁ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ଓ ଶୁଭେଛୁ ଉପସ୍ଥିତ ଥିଲେ ।ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ମହାନ୍ତି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ତଥା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ତାଙ୍କରି ଆଶୀର୍ବାଦ ରୁ ଆଜି ମୁଁ ଏହି ସ୍ଥାନରେ ପହଂଚି ପାରିଛି ବୋଲି କହିଛନ୍ତି ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।ଅନୁଗୁଳ ଜିଲ୍ଲା ବାସୀ ଙ୍କର ବିକାଶ କରିବା ସହ ପାଳଲହଡା ବାସୀ ଙ୍କର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ।ସେହିଭଳି ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଅଧ୍ୟକ୍ଷ ବଶିଷ୍ଟ ନାୟକ ଓ ଉପାଧ୍ୟାକ୍ଷା ସୁରୂମାଣି ଚତର ମଧ୍ୟ ଦାୟିତ୍ୱ ଗ୍ରହଣ କରିଚନ୍ତି ।
ବିରୋ ରିପୋର୍ଟ “ଦ” ପବ୍ଲିକ୍ ଏକ୍ସପ୍ରେସ

