ଅନୁଗୋଳ ୨୨/୧୦ :ଅନୁଗୋଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୨୦୨୬ ମାସର ଜିଲ୍ଲାସ୍ତରୀୟ ମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ମାମଲା, ଜମି ଅଧିଗ୍ରହଣ, ଏଗ୍ରିଷ୍ଟାକ୍ (Agristack) ପଞ୍ଜୀକରଣ, ପିପିଏଏସ୍ (PPAS), ଡିଜିଟାଲ୍ ଫସଲ ସର୍ବେକ୍ଷଣ ଏବଂ ଜମିର ଅବୈଧ ହସ୍ତାନ୍ତର ସମ୍ପର୍କିତ ବିଷୟଗୁଡ଼ିକର ସମୀକ୍ଷା କରାଯାଇଥିଲା।
ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କୁ ଠିକ୍ ସମୟରେ ସରକାରୀ ସେବା ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

