ବିଜେପୁରରେ ଚାଞ୍ଚଲ୍ୟ , ସାତ ବର୍ଷର ଶିଶୁ କୁ ହତ୍ୟା

ବରଗଡ,ତା ୨୩/୧୦:ଵବରଗଡ ଜିଲା ବିଜେପୁର ଥାନା ଟି ଗଣ୍ଡପାଲି ପଞ୍ଚାୟତ କର୍ଣ୍ଣପା ଗ୍ରାମରେ ଜଣେ ସାତ ବର୍ଷର ଶିଶୁ କୁ ହତ୍ୟା ଅଭିଯୋଗ ଆସିଛି। ସୂଚନାରୁ ପ୍ରକାଶ ଯେ ଗତ ୨୧ ତାରିଖ ଦିନ ୨ଟାରେ ଖାଇବା ପରେ ଖେଳିବା ପାଇଁ ଯାଇ ଘରକୁ ଫେରି ନ ଥିଲା ଆଶିଷ। ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ଆଶିଷ ନ ମିଳିବାରୁ ତାର ବାପା ରାଜିନ୍ଦ୍ର ବିଜେପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କାଲି ପୁଣି ଖୋଜା ଖୋଜି କରିବା ବେଳେ ଗାଁ ନିକଟସ୍ଥ ପୋଖରୀ ହିଡ କଡ଼ରେ ମୃତ ଆଶିଷ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପ୍ରସାର ହେବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଏନେଇ ବିଜେପୁର ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ଆଶିଷ ର ଦେହରେ ଆଘାତ ଚିହ୍ନ ଥିବା ବେଳେ ରକ୍ତ ଲାଗିଥିବାରୁ ସମସ୍ତଙ୍କୁ ଏହା ଏକ ହତ୍ୟା ଘଟଣା ବୋଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଜଣେ ନିରୀହ ନିଷ୍ପାପ ଶିଶୁକୁ କିଏ କେଉଁ ଉଦ୍ଦେଶ୍ୟରେ ହତ୍ୟା କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଇତି ମଧ୍ୟରେ ଗାଁର ଜଣେ ୧୪ ବର୍ଷ ର ବାଳକ ଓ ତାର ବାପା ମା ଥାନାରେ ଯାଇ ସମର୍ପଣ କରି ଥିବା ଖବର ମିଳୁଛି। ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରିଥିବା ୧୪ ବର୍ଷର ବାଳକ ନିଶା ଦ୍ରବ୍ୟ ସେବନ କରୁଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି। ବିଜେପୁର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!