ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସୁଜାତା ରାଉତ କାର୍ତ୍ତିକେୟନ

ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ, ଆଶୁ ଆରୋଗ୍ୟ କାମନା କଲେ

ବିଜେଡି ନେତୃବୃନ୍ଦଭୁବନେଶ୍ୱର, ୨୩/୧୦: ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂହଙ୍କୁ ଆଜି କିମ୍ସ ହସ୍ପିଟାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଶ୍ରୀ ସିଂହ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ଏହି ସାକ୍ଷାତ ସମୟରେ ଶ୍ରୀମତୀ କାର୍ତ୍ତିକେୟନ ଶ୍ରୀ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ବିଜେଡି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।ବରିଷ୍ଠ ନେତା ଶ୍ରୀ ସିଂହଙ୍କ ଅସୁସ୍ଥତା ଖବର ପାଇ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଏହି ସାକ୍ଷାତର ମୁଖ୍ୟ ବିଷୟ ଥିଲା। ତାଙ୍କର ଶୀଘ୍ର ସୁସ୍ଥତା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଯାଇଥିଲା।

 

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!