ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, ସାଢ଼େ ୭ ଘଣ୍ଟା ରାସ୍ତାରୋକ

କ୍ଷତିପୂରଣ ଦାବିରେ ଉତ୍ତେଜନା, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଢେଙ୍କାନାଳ, ୨୩/୧୦: ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ୍ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଟ୍ରକ୍ ଧକ୍କାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଗଉଡ଼କାଟେଣୀ ଗ୍ରାମର ସୁଧାକର ଭୂତିଆ ଓରଫ୍ ପିଣ୍ଟୁ (୨୮)।ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରେ ଡ୍ୟୁଟି ସାରି ବାଇକ୍‌ରେ ଫେରୁଥିବା ସମୟରେ ମୁଖ୍ୟ ଫାଟକ ସମ୍ମୁଖରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ମୃତକଙ୍କ ପରିବାର, ସହକର୍ମୀ ଓ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ କମ୍ପାନିର ମୁଖ୍ୟ ଫାଟକ ବନ୍ଦ କରିଥିଲେ। ଫଳରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ସକାଳ ପ୍ରାୟ ୧୦ଟା ୩୦ରେ ରାସ୍ତାରୋକ ହଟିଥିଲା। ତେବେ କମ୍ପାନି ଫାଟକ ସାଢ଼େ ୭ ଘଣ୍ଟା ବନ୍ଦ ରହିଥିଲା।ପରେ କ୍ଷତିପୂରଣ ନେଇ ଆଲୋଚନା ପରେ ଠିକାସଂସ୍ଥା ପକ୍ଷରୁ ଶେଷକୃତ୍ୟ ପାଇଁ ୫ ଲକ୍ଷ ଟଙ୍କା ଓ ମୃତକଙ୍କ ପତ୍ନୀଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି। ଏଥିସହ କମ୍ପାନି ନିୟମ ଅନୁଯାୟୀ ୧୩ ଲକ୍ଷ ଟଙ୍କାରୁ ଅଧିକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିଛି।ଉଲ୍ଲେଖଯୋଗ୍ୟ, ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶ୍ରମିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!