ଢେଙ୍କାନାଳ-ଅନୁଗୋଳ ଯୋଗାଯୋଗରେ ନୂଆ ଆଶା, ବ୍ରାହ୍ମଣୀ ସେତୁ ପରିଦର୍ଶନ କଲେ ସାଂସଦ

ହିନ୍ଦୋଳ-ପରଜଙ୍ଗକୁ ସଂଯୋଗ କରୁଛି ଖଡ଼କପ୍ରସାଦ-କମର ସେତୁ

ଓଡ଼ାପଡ଼ା, ଢେଙ୍କାନାଳ: ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ଖଡ଼କପ୍ରସାଦ-କମର ସେତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ଆଶା ରହିଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହି ସେତୁ ପରିଦର୍ଶନ କରିଛନ୍ତି।

ଏହି ସେତୁ ହିନ୍ଦୋଳ ଓ ପରଜଙ୍ଗ ଅଞ୍ଚଳକୁ ସଂଯୋଗ କରୁଥିବାରୁ ଉଭୟ ଜିଲ୍ଲାର ଲୋକଙ୍କ ଯାତାୟାତ ଅଧିକ ସୁଗମ ହେବା ସହ ଯାତ୍ରା ସମୟ ହ୍ରାସ ପାଇବାର ଆଶା କରାଯାଉଛି। ଏଥିସହ ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଆଞ୍ଚଳିକ ଆର୍ଥିକ ବିକାଶକୁ ମଧ୍ୟ ଏହି ସେତୁ ନୂଆ ଦିଗ ଦେଇପାରିବ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!