
ବିରୋ ରିପୋର୍ଟ ପବ୍ଲିକ୍ ଏକ୍ସପ୍ରେସ

ଅନୁଗୋଳ:ଢେଙ୍କାନାଳ ଜିଲ୍ଲା ପାଟଲା ଗ୍ରାମରେ ଦଣ୍ଡ ନାଚ ପାଇଁ ଷ୍ଟେଜ ଭିଡୁଥିବା ବେଳେ ୧୧କେଭି ତାର ଲାଗି ତିନି ମୃତ, ୫ଜଣ ଗୁରୁତର ହୋଇଥିବା ସୂଚନା । ମୃତ୍ୟୁ ମାନେ ହେଲେ ବାଲିମି ଥାନା ଅନ୍ତର୍ଗତ ପାଟଲା ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀ ଧର ସାହୁ (୨୫) ଏବଂ ମୋଟଙ୍ଗା ଥାନା ଅନ୍ତର୍ଗତ ବିଡ଼ ଗ୍ରାମର ମିଲନ ମହାଳିକ (୩୩) । ଏହା ସହିତ ଗୁରୁତର ଜଣ ଙ୍କ ହେଲେ ପାଟଲ୍ ଗ୍ରାମର ପ୍ରଫୁଲ୍ଲ ସାହୁ (୫୦)।ସୂଚନା ଅନୁସାରେ, ପାଟଲା ଗ୍ରାମରେ ମା କାଳୀଙ୍କ ଦଣ୍ଡ ନାଚ ପାଇଁ ଆଜି ପାଟଲା ଗ୍ରାମରେ ସନ୍ଧ୍ୟା ସମୟରେ ଷ୍ଟେଜ ଭିଡୁଥିବା ବେଳେ ଲୁହା ଆଙ୍ଗେଲ ୧୧ କେଭି ଲାଇନି ତାରରେ ଲାଗି ଯିବାରୁ ୫ ଜଣ ଗୁରୁତର ହୋଇ ଯାଇଥିଲେ। ଗୁରୁତର ଭାବେ ୫ ଜଣଙ୍କୁ ଅନ୍ୟ ଦଣ୍ଡ ନାଚ ସଦସ୍ୟ ମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। କିନ୍ତୁ ଚିକିତ୍ସାଳୟ ରେ ଡାକ୍ତର ତିନି ଜଣଙ୍କୁ ଯଥା ସୁଧାକର, ଲକ୍ଷ୍ମୀଧର, ମିଲନ ଙ୍କୁ ମୃତ ଘୋଷଣା କରିଥିଲେ। ୫ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। ୫ଜଣଙ୍କ ଗୋଡ଼ ଏବଂ ହାତ ପୋଡି ଯାଇଥିବା ସୂଚନା। ଘଟଣା ର ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

