
ବାଲେଶ୍ୱର:(୧୩.୦୪.୨୬)ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ବ୍ଳକ ସମ୍ମିଳନୀ କକ୍ଷରେ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ବିଡ଼ିଓ ସୁନିଲ କୁମାର ଟୁଡୁଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ,ବ୍ଳକ ଅଧକ୍ଷ ବାବାଜୀ ଚରଣ ମଲ୍ଲିକ, ଉପାଧ୍ୟାକ୍ଷା ହିମାଦ୍ରି ନନ୍ଦିନୀ ମହାପାତ୍ର ଓଡ଼ିଆ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଏସଏସଓ ପ୍ରସନ୍ନ କୁମାର ବାରିକ ମଞ୍ଚ ପରିଚାଳନା କରିବା ସହ ସୁଶ୍ରୀ ପଦ୍ମିନୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୨ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବ୍ଳକ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।

