ଦ ପବ୍ଲିକ୍ ଏକ୍ସପ୍ରେସ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି,ରାଧାଵଲ୍ଲବପୁର ଠାରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟ ହୋଇ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ପଞ୍ଚାୟତର ରାଧାଵଲ୍ଲବପୁର 16ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଦିଲ୍ଲୀପ ଦାସଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟ ଘଟି ଦାସ କଫି ସେଣ୍ଟର ଓ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ମାଇକ୍ରୋଭେନ, ଫ୍ରିଜ, ଡିଫ୍ରିଜ, ଚା ପାନ ଦୋକାନ ସାମଗ୍ରୀ, ଟଙ୍କା ସମେତ ତେଜରାତି ସାମଗ୍ରୀ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସୋର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ ପୋଡି ପାଉଁଶ ହୋଇଯାଇଛି ।


