ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଝରିଗାଁ ବ୍ଲକ ଗସ୍ତ। 

ଦ ପବ୍ଲିକ୍ ଏକ୍ସପ୍ରେସ

ନବରଙ୍ଗପୁର:- ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନ୍ୟବର ଗୌରୀ ଶଙ୍କର ମାଝୀ ଆଜି ଝରିଗାଁ ବ୍ଲକ ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ମାଝୀଙ୍କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟୀତ୍ବ ନ୍ୟସ୍ତ ପରେ ଏହା ତାଙ୍କର ପ୍ରଥମ୍ ଗସ୍ତ ଭାବେ ଝରିଗାଁ ବ୍ଲକ ଗସ୍ତରେ ଆସିଥିବା ବେଳେ ଦଳୀୟ କର୍ମକର୍ତ୍ତା ଓ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ହନୁମାନ ବାଟିକା ଠାରୁ ପାରମ୍ପାରିକ ବାଦ୍ୟ ନୃତ୍ୟ ସହ ବ୍ଲକ ସମ୍ମିଳନୀ କକ୍ଷକୁ ପାଛୋଟି ଆଣିଥିଲେ । ବିଡ଼ିଓ ମଧୁସୂଦନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ସମେତ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ , ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ଜଗଡିସଚନ୍ଦ୍ର ବିଶୋଇ , ଚାନ୍ଦାହାଣ୍ଡି ବ୍ଲକ ବୋରିଷ୍ଟ ନେତା ଗୋଵିନ୍ଦ ଜୈନଙ୍କୁ ସ୍ଵାଗତ କରିବା ସହ ମଞ୍ଚାସିନ କରାଇଥିଲେ। ବ୍ଲକ ସମ୍ମିଳନୀ ଗୃହରେ ଅଂଚଳର ଉନ୍ନତିକରଣ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ଝରିଗାଁ ବ୍ଲକରେ ରହିଥିବା ମୌଳିକ ସମସ୍ୟା ସମାଧାନ ଏବଂ ଅତ୍ୟାବଶ୍ୟକ ବିକାଶ ଗୁଡ଼ିକ ଉପରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାସ୍ତା ସୁବିଧା ରୁ ବଞ୍ଚିତ ଗାଁ ଗୁଡିକରେ ଗମନାଗମନ ସୁବିଧା ତଥା ବିଜୁଳି ସେବା ,ପାନୀୟଜଳ ବ୍ୟବସ୍ଥା , ସ୍ୱାତ୍ସ ଭାରତ ନିର୍ମାଣ, ଜଳସେଚନ ସୁବିଧା , କୃଷି ଓ କୃଷକର ବିକାଶ, ପ୍ରାଣୀ ଧନ ବିକାଶ, ଧାନ ମଣ୍ଡି ସମସ୍ୟା, ପି ଡି ଏସ ବଣ୍ଟନ,ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଥିବା ବିଭିନ୍ନ ସମସ୍ୟା ତଥା ପୁରୁଣା ଛତୁଆ ବଣ୍ଟନ କରୁଥିବା ବ୍ୟକ୍ତି ବିଶେଷ ଓ ଗ୍ରୁପ୍ କୁ ପୁନଃ ରେନୁଆଲ୍ ବନ୍ଦ କରି ନୂତନ ଭାବେ ଛତୁଆ ବଣ୍ଟନ ଲାଇସେନ୍ସ ପ୍ରଦାନ କରିବା, ଆବଶ୍ୟକ ପଡୁଥିବା ଗାଁ ଗୁଡିକରେ ପୋଲ ନିର୍ମାଣ କରିବା ,ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଥିବା ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଲୋକ କଲ୍ୟାଣ ତଥା ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ଦୃଢ ସଂକଳ୍ପ ସରକାରଙ୍କ ପ୍ରାଥମିକ ଆଭିମୁଖ୍ୟ ବୋଲି ଶ୍ରୀ ଶଙ୍କର ସମୀକ୍ଷା ବୈଠକରେ କହିଥିଲେ। କାର୍ଯ୍ୟରତ ଯେ କୌଣସି ବିଭାଗୀୟ ଅଧିକାରୀ ନିଜ ଦାୟୀତ୍ୱରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କଡ଼ା ଚେତାବନୀ ଦେଇଛନ୍ତି। ତୁରନ୍ତ ସାଂପ୍ରାତିକ ସ୍ଥିତିରେ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକର ସବିଶେଷ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀମାଝି ଓ ବିଧ୍ୟାୟକ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଏକାଧିକ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମଧ୍ୟରେ ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର, ଏ ଇ ବିନୀତ କୁମାର ମିଶ୍ର , ଅତିରିକ୍ତ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ, ଶିଶୁ ପ୍ରକଳ୍ପ ଅଧିକାରୀ ନିରୋଜ ମୋହିନୀ ପାଙ୍ଗି, ଏବଂ କାର୍ଯ୍ୟରତ ଯନ୍ତ୍ରୀ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!