ବଅଁରପାଳ ବ୍ଲକ ସାମ୍ୱାଦିକ ସଂଘ ପକ୍ଷରୁ ବନ୍ଧୁମିଳନ ଓ ସଧାରଣ ସଭା ଅନୁଷ୍ଠିତ

ବଅଁରପାଳ (ସ ମି ସ)- ଆଜି ବଅଁରପାଳ ବ୍ଲକ ସାମ୍ୱାଦିକ ସଂଘ ପକ୍ଷରୁ ଏକ ବନ୍ଧୁମିଳନ ଓ ସଧାରଣ ସଭା ଅନୁଷ୍ଠିତ ହୋଯାଇଅଛି। ବହୁ ଦିନ ପରେ ଆନୁଷ୍ଠାନିକ ଭାବେ ସଙ୍ଘ ପଞ୍ଜିକରଣ ହୋଇଥିବାରୁ ସାମ୍ୱାଦିକ ମାନଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିଲା। ଆଜି ଦିନ ୧୧ଟା ବେଳେ ମହିଧରପୁର ମାଧିଆମୁଣ୍ଡା ସ୍ଥିତ ଦୁଗ୍ଧ ଫ୍ୟାକ୍ଟ୍ରି ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି। ସଂଘର ଓ ସାମ୍ୱାଦିକ ମାନଙ୍କର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ଓ ଏ ସଂପର୍କରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନିଆଗଲା। ଏହି କାର୍ଯ୍ୟକ୍ରମରେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଶୀଲ କୁମାର ଆଇଚ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବିଶୋଇ, ଉପ ସଭାପତି ଶ୍ରୀଯୁକ୍ତ ରୁଦ୍ର ମୋହନ ସାହୁ, ସହ ସଂପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାମଲ, କୋଷାଧ୍ୟକ୍ଷ ଶ୍ରୀ ପ୍ରିୟବ୍ରତ ସାମଲ, ଏକ୍କୁକୁଟିବ ମେମ୍ବର ଶ୍ରୀଯୁକ୍ତ ଅଶୋକ କୁମାର ଜେନା, ଶ୍ରୀଯୁକ୍ତ ତାପସ କୁମାର ଜେନା, ଶ୍ରୀଯୁକ୍ତ ରାଜେଶ ପାତ୍ର, ଶ୍ରୀଯୁକ୍ତ ସଞ୍ଜୀବ କୁମାର ପାଇକ,ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା, ଶ୍ରୀଯୁକ୍ତ ଅଜିତ୍ କୁମାର ଭୋଇ, ଶ୍ରୀ ବିଭାସ କୁମାର ସାମଲ ଓ ଅନ୍ୟ ସମସ୍ତ ସଦସ୍ୟ ମାନେ ଉକ୍ତ ସଧାରଣ ସଭାରେ ଯୋଗ ଦେଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭା କାର୍ଯ୍ୟକୁ ସମାପନ କରଯାଇଥିଲା ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!