
ବିରୋ ରିପୋର୍ଟ “ଦ” ପବ୍ଲିକ୍ ଏକ୍ସପ୍ରେସ
ତାଳଚେର /ଅନୁଗୁଳ :ତା ୧୪.୦୪.୨୬: ଅନୁଗୁଳ ଜିଲ୍ଲା ର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।ପାଳଲହଡା ବିଧାୟକ ଅଶୋକ ମହାନ୍ତି ୧୯୮୩ମସିହା ରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଛାତ୍ର ନେତା ଭାବେ କାର୍ଯ୍ୟ କରି ଆସିଛନ୍ତି ।ପରବର୍ତ୍ତୀ ସମୟରେ ବିଜେପି ର ବହୁ ପଦ ପଦବୀ ରେ ରହି ସଂଗଠନ କୁ ସୁଦୃଢ କରିଛନ୍ତି ।ଅନୁଗୁଳ ଜିଲ୍ଲା ର ୩ଥର ବିଜେପି ର ସଭାପତି ଭାବେ କାର୍ଯ୍ୟ କରି ବିଜେପି ସଂଗଠନ କୁ ମଜବୁତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ପାଳଲହଡା ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ କମିଟି ରେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।ସେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଅନୁଗାମୀ ଭାବେ ବହୁ ବର୍ଷ ଧରି କାର୍ଯ୍ୟ କରିଚନ୍ତି ।ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କର ଘନିଷ୍ଠ ସହଯୋଗୀ । ତାଙ୍କୁ ରାଜ୍ୟ ସରକାର ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ସମଗ୍ର ଅଂଚଳ ରେ ତଥା ଜିଲ୍ଲାରେ ଖୁସି ର ମାହୋଲ ଖେଳି ଯାଇଛି ।ଶ୍ରୀଯୁକ୍ତ ମହାନ୍ତି ଆସନ୍ତା ଏପ୍ରିଲ ୧୫ବୁଧବାର ଦିନ ସକାଳ ନଅ ଟାରେ ବିଧିବଦ୍ଧ ଭାବେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ ରେ ଦାୟିତ୍ୱ ଗ୍ରହଣ କରିବେ ବୋଲି. ଜିଲ୍ଲା ମିଡ଼ିଆ ସେଲ ପକ୍ଷରୁ ପ୍ରକାଶ କରାଯାଇଛି ।

