ଦାଦନ ର ଆଶାବାଡି ସାଜିଛନ୍ତି ଟ୍ୱିଟର ଝିଅ ।

 

ଦ ପବ୍ଲିକ୍ ଏକ୍ସପ୍ରେସ

ସୋନପୁର ୧୦.୪.୨୬:- ଶ୍ରମିକ ହଉ କିମ୍ବା ଗରିବ ପରିବାର ଟିଏ ହଉ କିମ୍ବା କର୍କଟ ରୋଗୀ ଟିଏ ହଉ ଅବା କାହାର ରକ୍ତ ଦରକାର ପଡ଼ୁ ସବୁବେଳେ ଦେବଦୂତ ସାଜି ସାରା ପଞ୍ଚିମ ଓଡିଶା ପାଇଁ ସାହାଯ୍ୟ ଓ ସହଯୋଗ ର ହାତ ଟିଏ ବଢ଼େଇ ଦେଉଥୁବା ସେହି ଦେବକନ୍ୟା ହେଲେ ଦୀପା ବାରିକ । ଆଜି ସେ ବରଗଡ଼ ଜିଲ୍ଲା ପରିଧି ବାହାରେ ସାରା ଓଡିଶା ର ପରିଚିତ ସୁନା ଝିଅ ଦୀପା ବାରିକ ତାକୁ ଯେତେ ପଂଶସା କଲେ ମଧ୍ୟ୍ କମ ହବ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ । ତେଲେଙ୍ଗାନା ରେ ଫସିଥିବା ବରଗଡ଼ ଜିଲ୍ଲା ପାଇକମାଲର ୩ ପ୍ରବାସୀ ଶ୍ରମିକଙ୍କୁ ଗତ କାଲି ଉଦ୍ଧାର କରିଥିଲେ ଦୀପା,ସେମାନେ ବର୍ତ୍ତମାନ ଟ୍ରେନ ଯୋଗେ ଘରକୁ ଫେରୁଛନ୍ତି।ଏଠାରେ ଉଦ୍ଧାର ହେଇ ଫେରିବା ତାଙ୍କ ପାଇଁ ବଡ଼ କଥା ନୁହେଁ କାରଣ ଏମାନେ ଯେତେବେଳେ ବିପଦରେ ପଡନ୍ତି ସେତେ ବେଳେ ହିଁ ଦୀପା କୁ ମନେ ପକେଇଥାନ୍ତି। ଏମାନେ ଯେତେ ବେଳେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପୋର୍ଟାଲ ରେ ପଞ୍ଜିକରଣ କରି ଯିବା କଥା କିନ୍ତୁ ତାହା କରୁନାହାନ୍ତି।କେବଳ ପୋର୍ଟାଲ ଖୋଲିଦେଇ ଶ୍ରମ ବିଭାଗ ଚୂପ ରହି ଗଲେ ତାଙ୍କର ଦାୟିତ୍ୱ ସାରିଯାଉନାହିଁ କାରଣ ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି ସେମାନଙ୍କ ତଥ୍ୟ ବିଭିନ୍ନ ବିଭାଗ ରଖୁଛନ୍ତି।ସେମାନଙ୍କ ଘରେ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ୠତୁକାଳୀନ ଛାତ୍ରାବାସ ମଧ୍ୟ ଖୋଲିଛନ୍ତି।ଏସବୁ ସତ୍ତ୍ୱେ ଆଜି ଯେତେ ବେଳେ ବୋର୍ଡ଼ ପରୀକ୍ଷା ହେଉଛି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ତଥ୍ୟ ସାମ୍ନାକୁ ଆସୁଛି। ଏସବୁ କୁ ଦେଖିଲେ ନିଶ୍ଚିତ ଭାବେ କୌଣସି ନା କୌଣସି ଜାଗାରେ ତ୍ରୁଟି ରହୁଛି ତାହାର ସମାଧାନ କରିବାକୁ ସରକାର ତଥା ପ୍ରଶାସନ ପ୍ରୟାସ କରିବା ନିତାନ୍ତ ଆବଶ୍ୟକ।ଏହା ଗୋଟିଏ ନମୁନା ମାତ୍ର ବାସ୍ତବ କ୍ଷେତ୍ର ରେ ତାଙ୍କ ଦକ୍ଷତା ଖୁବ ଅଧିକ । ସେ କୌଣସି ରାଜନେତା ନୁହନ୍ତି କି କୋଟିପତି ନୁହନ୍ତି ହେଲେ ନିଜର ଆନ୍ତରିକା ଇଚ୍ଛା ଶକ୍ତି ପାଇଁ ସେ ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ରୋଲ ମଡେଲ ଆଗକୁ ତାଙ୍କର ଏହି ଯାତ୍ରା ଜାରିରହୁ ବୋଲି ପରିବାର ଦ ପବ୍ଲିକ୍ ଏକ୍ସପ୍ରେସ ତରଫରୁ ତାକୁ ଅଭିନନ୍ଦନ ଓ ଶୁବେଛା ଜଣାଉଛୁ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!