ଜୋତା ଦୋକାନ ଆଢ଼ୁଆଳରେ ସେକ୍ସ ରାକେଟ୍‌!

ଡିଆଇସି ଛକ ନିକଟରେ ପୁଲିସର ଚଢ଼ାଉ, ଦୁଇ ମହିଳା ଓ ଜଣେ ଗ୍ରାହକ ଅଟକ

ଅନୁଗୋଳ, (ପ୍ରତିନିଧି): ସାମ୍ନାରେ ଜୋତା ଓ ଚପଲ ଦୋକାନ, ପଛପଟେ ଦୁଇଟି ସଜ୍ଜିତ କୋଠରୀ। ଏହି ଦୋକାନ ଆଢ଼ୁଆଳରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗକୁ ନେଇ ଅନୁଗୋଳ ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ଡିଆଇସି ଛକ ନିକଟରେ ଥିବା ଏକ ଜୋତା ଦୋକାନରେ ପୁଲିସ ଚଢ଼ାଉ କରି ଦୁଇ ଜଣ ମହିଳା ଓ ଜଣେ ଗ୍ରାହକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଦୋକାନର ସମ୍ମୁଖ ଭାଗରେ ଜୋତା ଓ ଚପଲ ବିକ୍ରି ହେଉଥିବାବେଳେ ପଛପଟେ ଥିବା କୋଠରୀରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଖବର ପାଇ ଅନୁଗୋଳ ପୁଲିସ ଚଢ଼ାଉ କରିଥିବା ଜଣାପଡ଼ିଛି।

କିଏ ସେହି ‘ରାଣୀ ମହୁମାଛି’?

ଦେହ ବ୍ୟବସାୟର ଆଡ଼ାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ସାଧାରଣତଃ ‘ରାଣୀ ମହୁମାଛି’ ବୋଲି କୁହାଯାଏ। ତେବେ ଏହି ଘଟଣାରେ କିଏ ଏଭଳି କାରବାର ପରିଚାଳନା କରୁଥିଲେ ଏବଂ ଏହା ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଆଢ଼ୁଆଳରେ ଏଭଳି କାରବାର ଚାଲୁଥିବା ଅଭିଯୋଗ ଏବେ ଆଲୋଚନାର ବିଷୟ ପାଲଟିଛି। ଘଟଣାର ପ୍ରକୃତ ତଥ୍ୟ ଓ ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!