ଅନୁଗୁଳ : ତା୧୬.୦୪.୨୬: ଅନୁଗୁଳ ଜିଲ୍ଲା ରେ ଥିବା ଘରୋଇ ସ୍କୁଲ ରେ ବ୍ୟାପକ ଫିଜ, ରିଆଡ଼ମିସନ ଫିଜ ଆଦାୟ ଓ ଏନସିଆର୍ଟି ବାହାରେ ଅଧିକ ସଂଖ୍ୟକ ଜୋର ଜବରଦସ୍ତ ଅର୍ଥ ଆଦାୟ କରାଯାଉଛି ଏବଂ ବହି ବିକ୍ରି କରୁଛନ୍ତି ତେଣୁ ସେଥିପାଇଁ ଆଜି ରାଷ୍ଟ୍ରୀୟ ଅଭିଭାବକ ସଙ୍ଘ ତରଫରୁ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଲ୍ଲା ଅଭିଭାବକ ସଙ୍ଘ ସଭାପତି ବିଶ୍ୱଜିତ ମିଶ୍ର ଙ୍କ ନେତୃତ୍ୱରେ ଏକ ଦାବିପତ୍ର ଦିଆଯାଇଛି । ତାଙ୍କ ସହ ରାଜ୍ୟ ଲିଗାଲ ସେଲ ଆଡ଼ଭାଇଜେର ପ୍ରଦୀପ ପ୍ରଧାନ, ଜିଲ୍ଲା ଅଭିଭାବକ ସଙ୍ଘ ସମ୍ପଦକ କୈଳାଶ ସାହୁ, ସରକାରୀ ଓକିଲ ବିନୋଦ ସାହୁ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ, । ଜିଲ୍ଲା ଶିକ୍ଷାଧିକାରୀ ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି| ଆଗାମୀ ଦିନରେ ଜିଲ୍ଲାପାଳ ଙ୍କୁ ଭେଟି ଏ ଦିଗରେ ଜଣାଇବାକୁ ଅଭିଭାବକ ସଂଘ ପ୍ରକାଶ କରିଛନ୍ତି ।
ଘରୋଇ ସ୍କୁଲ ଏନସିଆର୍ଟି ନିୟମ ନମାନି ବ୍ୟାପକ ଫିଜ ଆଦାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟିଲେ ଅଭିଭାବକ ସଂଘ

