ପେଟ୍ରୋଲ ପମ୍ପରେ ମିଳୁନି ରନ୍ଧନ ଗ୍ୟାସ, ଅପେକ୍ଷାରେ ଶ୍ରମିକ, ଛାତ୍ରଛାତ୍ରୀ ।

ଅନୁଗୁଳ, ୧୬.୦୪.୨୬: ରନ୍ଧନ ଗ୍ୟାସ୍‌ର କଳାବଜାରୀ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବିଭିନ୍ନ ସ୍ଥାନରେ ରନ୍ଧନ ଗ୍ୟାସ୍ ଖୋଲାରେ ବିକ୍ରି କରୁଥିବା ଲୋକଙ୍କ ଉପରେ ଚଢ଼ଉ ହେଉଛି ଏଣିକି ୫ କେଜି ଗ୍ୟାସ୍‌ ସିଲିଣ୍ଡର ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କୁ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। କିନ୍ତୁ ଅନୁଗୁଳରେ ଏପର୍ଯ୍ୟନ୍ତ ୫ କେ.ଜି ବିଶିଷ୍ଟ ରନ୍ଧନ ଗ୍ୟାସ୍ ଲୋକଙ୍କୁ ମିଳିନଥିବା ଜଣାପଡ଼ିଛି। ଫଳରେ ଗ୍ୟାସ୍‌ ଅପେକ୍ଷାରେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ର ରହିଛନ୍ତି। ସୂଚନା ମୁତାବକ, ସରକାର ଗତ ୫ ତାରିଖରେ କଳାବଜାରୀ ରୋକିବା ପାଇଁ ୫ କେଜି ସିଲିଣ୍ଡର ଖୋଲା ବଜାରରେ ବିକ୍ରି ଉପରେ କଟକଣା କରିଥିଲେ | ଫଳରେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ଛାତ୍ରଛାତ୍ରୀ ପ୍ରବାସୀ ଶ୍ରମିକ, ଦୈନିକ ମଜୁରିଆ, ଛୋଟ ପରିବାର ଚିନ୍ତାରେ ପଡ଼ିଥିଲେ । ୫ କେଜି ସିଲିଣ୍ଡର କେଉଁଠି ଭରିବେ ସେନେଇ ସମସ୍ତଙ୍କ ଚିନ୍ତା ବଢ଼ିଥିଲା । ଏହି ପ୍ରତିବନ୍ଧକ ଗତ ୮ ତାରିଖରେ ଉଠିଥିଲା। ପୁଣି ସରକାର କହିଥିଲେ ଯେ, ବିଭିନ୍ନ ପେଟ୍ରୋଲ ପମ୍ପରେ ଏଣିକି ୫ କେଜି ବିଶିଷ୍ଟ ସିଲିଣ୍ଡର ମିଳିପାରିବା ନୂଆ ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପ ଓ ଏଲ୍‌ପିଜି ଏଜେନ୍ସି ଯିବାକୁ ପଡ଼ିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ୧୫୩୭ ଟଙ୍କାରେ ନୂଆ ସିଲିଣ୍ଡର ଓ ୫୯୩ ଟଙ୍କା ଦେଇ ରିଫିଲ କରିପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିଲେ | ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ଦୈନିକ ମଜୁରିଆମାନେ ସେମାନଙ୍କର ବୈଧ ଆଇଡି ଦେଇ ପେଟ୍ରୋଲ ପମ୍ପ ଗୁଡ଼ିକରୁ ଗ୍ୟାସ୍‌ ସିଲିଣ୍ଡର ନେଇପାରିବେ ବୋଲି କୁହାଯାଇଥିଲା ଏପରିକି ସିଲିଣ୍ଡର ନେବାକୁ କୌଣସି ଠିକରା ପ୍ରମାଣର ଆବଶ୍ୟକତା ଦରକାର ନାହିଁ। ତେବେ ଗତ ବୁଧବାର ଏହି ଘୋଷଣା ପରେ ୫ କେଜିର ଗ୍ୟାସ୍ ସହଜରେ ମିଳିବା ନେଇ ଲୋକମାନେ ଆଶା କରିଥିଲେ। ଭୁବନେଶ୍ଵରରେ ଏହି ଯୋଗାଣ ହୋଇସାରିଥିବା ବେଳେ ଅନୁଗୁଳରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ କିନ୍ତୁ ଏପର୍ଯ୍ୟନ୍ତ ୫ କେଜି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମିଳୁନଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ କେଉଁଠାରୁ ଏହି ରନ୍ଧନ ଗ୍ୟାସ୍‌ ପାଇବେ ସେନେଇ ଚିନ୍ତା କରୁଛନ୍ତି | ତେବେ ଏସମ୍ପର୍କରେ ସରକାରୀ ନିର୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଅନୁଗୁଳ ସିଏସ୍ଵ ଶ୍ରୀନିବାସ ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!