ବାଇକ୍ ଦୁର୍ଘଟଣା କୁ ନେଇ ସଂଘବଦ୍ଧ ଭାବରେ ଆକ୍ରମଣ ଜଣେ ମୃତ୍ୟୁ !!କ୍ଷତି ପୂରଣ ଦାବିରେ ମୃତ ଶରୀର ରଖି ରାସ୍ତାରୋକ୍

କଳାହାଣ୍ଡି (୧୩.୦୪.୨୬):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ତ ଉଦେଶୃଙ୍ଗ ଗ୍ରାମ ର ବବଲୁ ଷଣ୍ଢ ଙ୍କୁ ବାଇକ୍ ଦୁର୍ଘଟଣା କୁ ନେଇ ସଂଘବଦ୍ଧ ଭାବରେ ଆକ୍ରମଣ କରିବା ମାଡ଼ ମାରିବା ଦ୍ବାରା ଦୀର୍ଘ ୧ ମାସ ୩ ଦିନ ଧରି ରାୟପୁରର ଏକ ଘରେଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଶରୀର ଗାଁକୁ ପହଞ୍ଚିବା ପରେ ମୃତ୍ୟୁ ଆଜି ଉଦେଶୃଙ୍ଗ ଗ୍ରାମ ତିନିଛକ ଠାରେ ମୃତ ଶରୀର ରଖି ରାସ୍ତା ଅବରୋଧ କରିଥିଲେ ।ଏହି ରାସ୍ତା ଅବରୋଧରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଶ୍ରୀ ଗିରିଧାରୀ ତେଜି,ଉପ ସଭାପତି ରେବା କଟା, ସାଧାରଣ ସଂପାଦକ ପରୀକ୍ଷିତ ଖର୍ସେଲ, କୃଷ୍ଣ ଚନ୍ଦ୍ର ନାଗ ,ଯୁବ ଯାଦବ ବ୍ରହ୍ମା ପ୍ରସାଦ କାଣ୍ଡ , ଉଦେଶୃଙ୍ଗ ଆଞ୍ଚଳିକ ସଭାପତି ଟଙ୍କଧର ବାଗ, ସଂପାଦକ ନୃପ ବନ୍ଦିଛୋଡ ସହ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ନ୍ୟାୟ ପାଇଁ ଲଢେ଼ଇ କରିଥିଲେ ।ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!