ତାଳଚେର (ବିରୋ):-ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୋପାଳ ପ୍ରସାଦ ଠାରେ ମା’ ଜ୍ଜାଳାରୂପୀ ହିଙ୍ଗୁଳା ନଅ ଦିନ ବ୍ୟାପୀ ଅନୁଗୋଳ ଜିଲ୍ଲାର ତାଳଚେରର ଗୋପାଳ ପ୍ରସାଦ ଗ୍ରାମରେ ବିରାଜିତ ହୋଇଥିଲେ । ଚୈତ୍ରମାସ ପ୍ରଚଣ୍ଡ ରୁଦ୍ରରେ ହିଙ୍ଗୁଳା ମାଙ୍କ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ତିଥିରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମା ହିଙ୍ଗୁଳା ଅଗ୍ନିରୂପରେ ଉଭାହୋଇ ଥାନ୍ତି। ନଵମ ଦିନରେ ମାଙ୍କୁ ଶିତଳ କରାଯାଇଥାଏ ମାଙ୍କୁ ଘିଅ, ଝୁଣା, ମହୁ, ଗୁଡ଼, ଝୋଟ ପଣା ଇତ୍ୟାଦି ଦେଇ ମାଙ୍କୁ ଶିତଳ କରାଯାଏ । ମାଙ୍କ ଉଭାସ୍ଥଳୀରେ ଲାଗି ହୋଇଥିବା ଚାନ୍ଦୁଆ ଝୋଟ ଓ ଝୁଣା ଦେଵା ଦ୍ଵାରା ଅଗ୍ନି ଉପରକୁ ଯାଇଥାଏ ଓ ଚାନ୍ଦୁଆରେ ଅଗ୍ନି ଲାଗିହୋଇଥାଏ ଭସ୍ମୀଭୂତ ହୋଇ ଉଭାହୋଇଥିବା ଅଗ୍ନି ଧିରେ ଧିରେ କମିବାକୁ ଲାଗିଥାଏ।ତାଳଚେର ରାଜା ମା ହିଙ୍ଗୁଳା ପୀଠକୁ ଯାଇ ପୂର୍ଣ୍ଣାହୂତି ପ୍ରଦାନ କରିଥାନ୍ତି । ପ୍ରଥମ ପୁଞ୍ଜି ଦେହୁରୀ , ଦ୍ୱିତୀୟ ପୁଞ୍ଜି ତାଳଚେର ରାଜା ଦିଅନ୍ତି। ଦିଅଘରୁ କୁଟେଇଶୁଣି ଓ ମା ହିଙ୍ଗୁଳାଙ୍କ ଆଲମ ବଡ଼ଆଡ଼ପ ମଣ୍ଡପକୁ ଯାଇଥାନ୍ତି। ସେଠାରେ ମାଙ୍କୁ ବରୁଣ ପତ୍ରରେ ପୂଜା ଅର୍ଚ୍ଚନା କରାଯାଇ ସେଠାରୁ ମା କୁଟେଇଶୁଣିଙ୍କ ଆଲମ କେବଳ ଉଭାସ୍ଥଳୀ ନିକଟକୁ ଯାଇଥାନ୍ତି। ସେଠାରେ ପୂର୍ଣ୍ଣାହୂତି ଦିଆଯାଇଥାଏ ସେଠାରେ ଉପସ୍ଥିତ ଦେହୁରୀ, ଗଡ଼ନାୟକ, ଦଳଵେହେରା, ବ୍ରାହ୍ମଣ, ଜ୍ୟୋତିଷ ପାଇକ, ଭଣ୍ତାରି ଇତ୍ୟାଦି ମାଙ୍କ ସେବାୟତ ମାନେ ଉପସ୍ଥିତ ରହିଥାନ୍ତି।

