ଇରାନର ନେତା ମୋଜତାବା ଅସୁସ୍ଥ, କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ; ଗୋ ମାଫିଆଙ୍କ ଉପରେ ପୁଲିସ ପାହାର

ଆମେରିକା ଏବଂ ଇସ୍ରାଏଲ ସହିତ ଯୁଦ୍ଧ କରୁଥିବା ଇରାନର ସୀମା ପାର କରି ଭିତରେ ପ୍ରବେଶ କଲେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳୁଛି। କଳା ବ୍ୟାନର, କାନ୍ଥରେ ବଡ଼ ପୋଷ୍ଟର ଏବଂ ପ୍ରତିଶୋଧ ନେବାର ଧମକପୂର୍ଣ୍ଣ ମୁହଁ। ମହାସଂଗ୍ରାମ ମଧ୍ୟରେ ସବୁଠାରୁ ଆକର୍ଷଣୀୟ…

ତେହେରାନ: ଆମେରିକା ଏବଂ ଇସ୍ରାଏଲ ସହିତ ଯୁଦ୍ଧ କରୁଥିବା ଇରାନର ସୀମା ପାର କରି ଭିତରେ ପ୍ରବେଶ କଲେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳୁଛି। କଳା ବ୍ୟାନର, କାନ୍ଥରେ ବଡ଼ ପୋଷ୍ଟର ଏବଂ ପ୍ରତିଶୋଧ ନେବାର ଧମକପୂର୍ଣ୍ଣ ମୁହଁ। ମହାସଂଗ୍ରାମ ମଧ୍ୟରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ସାଧାରଣ ଲୋକଙ୍କ ଜୀବନ। ସେମାନେ ଲୁହଭିଜା ଆଖି ଆଉ କୋହ ଭରା ଛାତି ଧରି ଯେକୌଣସି ପରିସ୍ଥିତିରେ ଆଗକୁ ବଢୁଛନ୍ତି।

ଜୀବନ ହାରି ଯାଇନି, ଜୀବନ ହାରି ଯାଇନି ବରଂ ମୃତ୍ୟୁକୁ ଜିତିବାକୁ ଭଙ୍ଗାମନରେ ଅଣ୍ଟା ଭିଡ଼ିଛି। ବଞ୍ଚିଛନ୍ତି ମାନେ ତ ଜୀଇଁବାକୁ ହେବ। ଜୀବନ ଯୁଦ୍ଧରୁ ପଛକୁ ହଟିବାକୁ ସାଧାରଣ ଲୋକେ ନାରାଜ। ପ୍ରିୟ ପରିଜନଙ୍କୁ ହରାଇଥିବାର ଲୁହ ଝରି ଝରି ଆଉ ଏବେ ଆଖି ଶୁଖି ଗଲାଣି। କାନ୍ଦିବାକୁ ଆଉ ଆଖିରେ ଲୁହ ବି ନାହିଁ। ଯୁଦ୍ଧ ସଙ୍କଟ ମଧ୍ୟରେ ଛୋଟ ବଡ଼ ସହରଗୁଡ଼ିକରେ ଦୋକାନ ଖୋଲା ଅଛି, ଲୋକମାନେ ରାସ୍ତାରେ ଯିବା ଆସିବା କରୁଛନ୍ତି। ଜୀବନକୁ ଦୁଃଖ ମଧ୍ୟରେ ବି ସ୍ବାଭାବିକ କରିବାକୁ ପ୍ରୟାସ କରୁଛନ୍ତି। ରେଷ୍ଟୁରାଣ୍ଟଗୁଡ଼ିକ ଖାଦ୍ୟ ପରିବେଷଣ କରାଯାଉଛି।

ବୋମା ମାଡ଼ରେ ବହୁ କମ୍ପ୍ଲେକ୍ସ ଭାଙ୍ଗିରୁଜି ଯାଇଛି। ସ୍କୁଲ-କଲେଜ,ପାଠାଗାର, କ୍ଲିନିକ୍ , ବ୍ୟବସାୟିକ ପ୍ରତିଷ୍ଠାନ ଆଦି ସବୁ ଧ୍ବଂସ ହୋଇଯାଇଛି। ଫଳରେ ଲୋକେ ସମସ୍ୟାରେ ପଡ଼ିଛନ୍ତି। ଲୋକମାନେ ଦୋକାନ ଘର ଭାଙ୍ଗିଯାଇଥିବା ବଜାରକୁ ଯାଉଛନ୍ତି। ପିଲାମାନେ ଆବର୍ଜନା ପଡ଼ିଥିବା ରାସ୍ତାରେ ଖେଳୁଛନ୍ତି। ଭଙ୍ଗା ଇଲେକ୍ଟ୍ରି ଖୁଣ୍ଟ ତଳେ ଯାନବାହାନ ଚଳାଚଳ କରୁଛି। ତେବେ ସଭିଙ୍କ ମୁହଁରେ ରହିଛି ଭୟର ଛାପ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!