ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ?
ବୈପାରୀଗୁଡା: ୨୮/୧୦: ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଟିକୁପୁଲି ଜଙ୍ଗଲରେ ବିଳମ୍ବିତ ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଅବଗତ କରିଥିଲେ। ଖବର ପାଇ ମାଠପୋଡ଼ା ଫରେଷ୍ଟର ଶ୍ରୀ ଅନିଲ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତ ଭାଲୁର ବ୍ୟବଚ୍ଛେଦ ପାଇଁ ତାକୁ ବୈପାରୀଗୁଡା ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିବା ଜଣାପଡ଼ିଛି।
ତେବେ ଭାଲୁଟି କେଉଁ ପରିସ୍ଥିତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା, ସେନେଇ ଅଧିକ ତଦନ୍ତ ଜାରି ରହିଛି।

